ବନ୍ଦ କରନ୍ତୁ

ବେଦବ୍ୟାସ ଧାମ

ବେଦବ୍ୟାସ ଆମ ଶଙ୍ଖ ଓ କୋଏଲ ନଦୀର ମିଳନ ସ୍ଥଳ ଓ ବ୍ରାହ୍ମଣୀ ନଦୀର ଉତ୍ପତି ସ୍ଥଳରେ ଅବସ୍ଥିତ । ବେଦବ୍ୟ।ସ ଏକ ପ୍ରାକୃତିକ ସୌନ୍ଦର୍ଜ୍ୟ ସ୍ଥାନ ଭାବେ ପରିଗଣିତ ନୁହେଁ ବରଂ ଏହା ଏକ ତୀର୍ଥ ସ୍ଥାନ ଭାବେ ପ୍ରସିଦ୍ଧ । ନଦୀର ସଙ୍ଗମ ସ୍ଥଳରେ ବୁଡ ପକାଇଲେ ସବୁ ପାପ ନାଶ ହୋଇଯାଏ ବୋଲି ବିଶ୍ୱାସ କରାଯାଏ । ପରମ୍ପରା ଅନୁଯାୟୀ ମହର୍ଷି ବ୍ୟାସଦେବ ଏଠାରେ ଉପସ୍ଥିତ ରହି ମହାନ ପୌରଣିକ “ ମହାଭାରତ “ ରଚନା କରିଥିଲେ । ଏଠାରେ ୩ ଗୋଟି ମନ୍ଦିର ମଧ୍ୟରୁ ୨ ଶିବ ମନ୍ଦିର ଓ ଗୋଟିଏ ଶ୍ରୀ ରାମଙ୍କ ମନ୍ଦିର ବିରାଜମାନ କରୁଅଛି । ବେଦିକ ଆଶ୍ରମ ଓ ଗୁରୁକୁଳ ଆଶ୍ରମ ବିଶେଷ ଆକର୍ଷଣରେ କେନ୍ଦ୍ର ଅଟେ। ଏହା ଏକ ଉତକୃଷ୍ଟ ବଣଭୋଜି ସ୍ଥଳ । ଏହା ପଣପୋଷ ଠାରୁ ୫ କିଲୋମିଟର ଓ ରାଉରକେଲା ଠାରୁ ୧୫ କି.ମି. ଦୂରରେ ଉର୍ନତ ସଡକ ଦ୍ଵାରା ସଂଯୋଜିତ ହୋଇଅଛି । ଏହାର ନିକଟତମ ରେଳ ଷ୍ଟେସନ ପଣପୋଷ ୫ କିଲୋମିଟର ଓ ରାଉରକେଲା ୧୫ କିଲୋମିଟର।

ଫଟୋ ଗାଲେରୀ

  • ବେଦବ୍ୟାସ ଧାମ ରେ ଶିବରାତ୍ରି ପୂଜା
  • ବେଦବ୍ୟାସ ଧାମର ଉପର ଦେଖା
  • ଶିବରାତ୍ରୀ ମେଳା

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର: ରାଞ୍ଚି

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ : ରାଉରକେଲା

ସଡ଼କ ପଥରେ

ସଡକ ମାର୍ଗରେ ରାଉରକେଲା ସ୍ଟେଶନ ଠାରୁ ୧୫ କି.ମି.