ବନ୍ଦ କରନ୍ତୁ

ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ

ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ବନ୍ଧରେ

ଜିଲ୍ଲା କାର୍ଯ୍ୟ।ଳୟ ସୁନ୍ଦରଗଡ଼(ଗ୍ରାମ ପଞ୍ଚାୟତ ବିଭାଗ)

ଉଦ୍ଦେଶ୍ୟ ଓ ଅଭିପ୍ରାୟ

  • ତ୍ରିସ୍ତରୀୟ ସାଧାରଣ ପଞ୍ଚାୟତ ନିର୍ବାଚନ, ଉପ-ନିର୍ବାଚନ ଇତ୍ୟାଦି ସୁରୁଖୁରୁରେ ପରିଚାଳନା କରିବା ।
  • ଗ୍ରାମପଞ୍ଚାୟତର ପରିଦର୍ଶନ ଓ ନିରୀକ୍ଷଣ କରିବା ।
  • ସୂଚନା ଅଧିକାର ଅନ୍ତର୍ଗତ ସୂଚନା ପ୍ରଦାନ ଓ ବିଧାନସଭା ପ୍ରଶ୍ନୋତ୍ତର ସମୟ।ନୁସାରେ ସମ୍ପୃକ୍ତ ବ୍ୟକ୍ତି ତଥା କାର୍ଯ୍ୟାଳୟକୁ ପ୍ରେରଣ କରିବା ।
  • କ୍ଷେତ୍ର ଅଧିକାରୀଙ୍କ ମାସିକ ସମୀକ୍ଷା ବୈଠକ କରିବା ।
  • ସୁନ୍ଦରଗଡ଼ ଜିଲ୍ଲାରେ ପେସା ନିୟମ କାର୍ଯ୍ୟକାରୀ କରିବା ।
  • ରିପୋର୍ଟ ଓ ରିଟର୍ନ ନିର୍ଦ୍ଦିଷ୍ଟ ସମୟରେ ଉପଯୁକ୍ତ କାର୍ଯ୍ୟାଳୟକୁ ପଠେଇବା।
  • ବିଭିନ୍ନ ଅନୁଦାନର ବିନିଯୋଗ ପ୍ରମାଣ ପତ୍ର ଠିକ ସମୟରେ ଦାଖଲ କରିବା ।
  • ବୁକ ସର୍କୁଲାର -୭୩ କୁ ସଠିକ ଭାବେ କାର୍ଯ୍ୟକାରୀ କରିବା ।

ଯୋଜନା

  • ରାଜ୍ୟ ଅର୍ଥ କମିଶନ ଓ କେନ୍ଦ୍ର ଅର୍ଥ କମିଶନ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସରକାରଙ୍କୁ ସୁପାରିଶ କରିବା ।
  • ହରିଶଚନ୍ଦ୍ର ସହାୟତା ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଗ୍ରାମ ପଞ୍ଚାୟତ ମାନଙ୍କୁ ଆବଣ୍ଟନ ବଣ୍ଟନ କରିବା ।
  • ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରା.ପ) ଭାବରେ ଅନ୍ୟାନ୍ୟ ଉନ୍ନୟନ ମୂଳକ ଯୋଜନା ର ସୁଫଳ ରୂପାୟନ କରିବା ଓ ତାହାର ତଦାରଖ କରିବା, ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟ ସଭ୍ୟା ଙ୍କ ତାଲିମ କର୍ମଶାଳା ମାଧ୍ୟମରେ ପ୍ରଦାନ କରିବା।

କାର୍ଯ୍ୟାଳୟ ଠିକଣା

ଜିଲ୍ଲା ପଞ୍ଚାୟତ କାର୍ଯ୍ୟ।ଳୟ, ସୁନ୍ଦରଗଡ଼ ସ୍ଥାନୀୟ ଜି .ଇ. ଏଲ .ଚର୍ଚ୍ଚ ପାଖରେ ଅବସ୍ଥିତ ।ଗ୍ରାମ / ପୋଷ୍ଟ /ଜିଲ୍ଲା- ସୁନ୍ଦରଗଡ଼, ପିନ- ୭୭୦୦୦୧, କାର୍ଯ୍ୟ।ଳୟ ଟେଲିଫୋନ ନମ୍ବର ୦୬୬୨୨-୨୭୨୨୫୫, e-mail ଠିକଣା-dpo.od-sun@nic.in