ବନ୍ଦ କରନ୍ତୁ

କ୍ରିଡା

ଓଡିଶା ରାଜ୍ୟ ରେ କ୍ରିଡା ର ଭିତ୍ତିଭୂମି ଓ କ୍ରିଡା ର ବିକାଶ ଓ ଯୁବ କାର୍ଯ୍ୟକ୍ରମ ପାଇଁ କ୍ରିଡା ଓ ଯୁବ ସେବା ବିଭାଗ ଓଡିଶା ସରକାରଙ୍କର ଅଧୀନରେ କାର୍ଯ୍ୟ କରୁଅଛି। ଓଡିଶା ରାଜ୍ୟ ର କ୍ରିଡା ପ୍ରତିଭା ମାନଙ୍କୁ ଚୟନ କରାଯାଇ ତାଙ୍କୁ ଉନ୍ନତ ଭୋଜନ ଓ ତାଲିମ ପ୍ରଦାନ କରାଯାଇ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲା ରେ ଓଡିଶା ସରକାରଙ୍କ ଦୁଇ ଗୋଟି ରାଜ୍ୟ କ୍ରିଡା ଛାତ୍ରାବାସ ଚାଲୁ ରହିଛି । ଯଥା ସୁନ୍ଦରଗଡ଼ କ୍ରିଡା ଛାତ୍ରାବାସ (ଦୌଡକୁଦ, ଫୁଟବଲ(ବାଳକ,ବାଳିକା)) ଓ ହକି ,ବାଳକ ମାନଙ୍କ ପାଇଁ ଉର୍ଢ୍ହିଷ୍ଟ ଅନ୍ୟ ଟି ପାନପୋଷ ରାଉରକେଲା ଠାରେ କେବଳ ହକି ବାଳକ ଓ ବାଳିକା ମାନଙ୍କ ପାଇଁ ଉଦ୍ଧିଷ୍ଟ ଅଟେ ।

ଯୁବ କଳାକାର ମାନଙ୍କ ପାଇଁ ପ୍ରତି ବର୍ଷ ଯୁବ ମହୋତ୍ସବ ଅନୁଷ୍ଠିତ କରାଯାଇ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ରେ ଅଂଶ ଗ୍ରହଣ କରିବା ସୁଯୋଗ ପ୍ରଦାନ କରାଯାଉଛି। କ୍ରିଡା ର ଉନ୍ନତି ପାଇଁ ବ୍ଲକ ସ୍ତରୀୟ ମିନି ଷ୍ଟାଡିଅମ ପ୍ରତି ବ୍ଲକ ଓ ସହରାଞ୍ଚଳ ମାନଙ୍କରେ ତିଆରି କରାଯାଇଛି ।

ଜାତୀୟ ଓ ଅନ୍ତର୍ଜାତୀୟ ହକି ଖେଳାଳି କ୍ରିଡା ଆବସ : ରାଉରକେଲା (ପିଡିଏଫ 1.67 ଏମବି)