ଶିଳ୍ପ ଏବଂ ହସ୍ତ ଶିଳ୍ପ
ସୁନ୍ଦରଗଡ ଜିଲ୍ଲାର ଶିଳ୍ପ ଏବଂ ହସ୍ତ ଶିଳ୍ପ
ଜିଲ୍ଲା ଶିଲ୍ପ କେନ୍ଦ୍ର , ସୁନ୍ଦରଗଡ
ଲକ୍ଷ୍ୟ :
ଜିଲ୍ଲା ଶିଳ୍ପ କେନ୍ଦ୍ର , ସୁନ୍ଦରଗଡ ୦୯ ଗୋଟି ବ୍ଲକ ଏବଂ ୦୨ ଗୋଟି ମ୍ୟୁନିସିପାଲିଟିକୁ ନେଇ କାର୍ଯ୍ୟ କରୁ ଅଛି | ଏହା ୧ ଏପ୍ରିଲ ୧୯୮୩ ମସିହା ଠାରୁ ଶିଳ୍ପ ନିର୍ଦେଶକ , ଓଡିଶାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲୁ ଅଛି | ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଏବଂ କୁଟୀର ଶିଳ୍ପର ବିକାଶ ସହିତ ବିଭିନ୍ନ ଆତ୍ମ ନିଯୁକ୍ତି ଯୋଜନା ଯଥା:- ପ୍ରଧାନ ମନ୍ତ୍ରୀଙ୍କ କର୍ମ ସୃଜନ ଯୋଜନା, ଶିଳ୍ପୀ ଉନ୍ନତି ଯୋଜନା ଇତ୍ୟାଦି କାର୍ଯ୍ୟକାରୀ ହେଉଅଛି |
କ୍ରିୟାକଳାପ :
- ଶିଳ୍ପ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ |
- ୧) ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ଉଦ୍ୟୋଗୀ ଚିହ୍ନଟ |
- ଶିଳ୍ପ ପଂଜିକରଣ ଏବଂ ଉତ୍ପାଦନ ସାର୍ଟିଫିକଟେ ପ୍ରଦାନ |
- ବଜାର ଚାହିଦା ଓ କଞ୍ଚାମାଲର ଉପଲବ୍ଧ ଅନୁସାରେ ଶିଳ୍ପ ସ୍ଥାପନ ପାଇଁ ସହଯୋଗ |
- ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନିମନ୍ତେ ସହାୟତା ପ୍ରଦାନ |
- ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରିବା ପାଇଁ ଆବେଦନ ପତ୍ର ପଠାଇବାର ବ୍ୟବସ୍ଥା |
- କଞ୍ଚାମାଲ ଯୋଗାଣର ବ୍ୟବସ୍ଥା |
- ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ସହାୟତା |
- ଶିଳ୍ପ ପରିଚାଳନା ଓ ମାନ ବୃଦ୍ଧି ପାଇଁ ତାଲିମର ବ୍ୟବସ୍ଥା |
- ଶିଳ୍ପ ଆଧୁନିକୀକରଣ ଓ ସମ୍ପ୍ରସାରଣର ସାହାଯ୍ୟ |
- ଶିଳ୍ପ ଉଦ୍ୟୋଗୀ ମାନଙ୍କୁ ସହଯୋଗ କରିବା ପାଇଁ ଗାଇଡାନ୍ସ ସେଲର ବ୍ୟବସ୍ଥା
- ଶିଳ୍ପ ସ୍ଥାପନ ପାଇଁ ସିଂଗଲ ୱିଣ୍ଡୋ ମାଧ୍ୟମରେ ସରକାରୀ ଜମି/ସେଡର ବ୍ୟବସ୍ଥା କରିବା |
- ଶିଳ୍ପ ପ୍ରତିଷ୍ଠା ପାଇଁ ବିଦ୍ୟୁତ ସଂଯୋଗ ସହାୟତା ପ୍ରଦାନ କରିବା |
- ଶିଳ୍ପ ଉଦ୍ୟୋଗୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶିଳ୍ପ ଅଦାଲତ ଅୟୋଜନ କରିବା |
- ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯକ୍ରମ ମାଧ୍ୟମରେ ଆତ୍ମନିଯୁକ୍ତି ସୃଷ୍ଟି କରିବା |
- ସାର୍ଟିଫିକେଟ କୋର୍ଟ ମାଧ୍ୟମରେ ରୁଣ ଅସୁଲି ପାଇଁ ବ୍ୟାଙ୍କ ମାନଙ୍କୁ ସହାୟତା ପ୍ରଦାନ କରିବା |
- ସରକାରଙ୍କ ଶିଳ୍ପ ନୀତି ଅନୁଯାୟୀ ବିଭିନ୍ନ ପ୍ରକାର ପ୍ରୋସାହନ :
- ସ୍ଥାୟୀ ପୁଞ୍ଜି ବିନିଯୋଗରେ ଅନୁଦାନ |
- ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବହୃତ ଯନ୍ତ୍ରପାତି , କଞ୍ଚାମାଲ ଓ ଉତ୍ପାଦିତ ଦ୍ରବ୍ୟ ଉପରୁ ବିକ୍ରିକର ଛାଡ |
- ବିଦ୍ୟୁତ ଶୁଳ୍କରେ ରିହାତି |
- ଖ ) ହସ୍ତ ଓ କୁଟୀର ଶିଳ୍ପ :
- ହସ୍ତଶିଳ୍ପ କାରିଗର ମାନଙ୍କୁ “ଆମ ଆଦମୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା |
- ହସ୍ତଶିଳ୍ପ କାରିଗର ମାନଙ୍କୁ “ ଶିଳ୍ପୀ ଉନ୍ନତି ଯୋଜନା” ମାଧ୍ୟମରେ ସାମିଲ କରିବା |
- ହସ୍ତଶିଳ୍ପ କାରିଗର ମାନଙ୍କୁ “ଶିଳ୍ପୀ ଗ୍ରାମ ଯୋଜନା “ ମାଧ୍ୟମରେ ଆତ୍ମନିଯୁକ୍ତି ସହାୟତା ପ୍ରଦାନ କରିବା
- ହସ୍ତଶିଳ୍ପ ଉଦ୍ୟୋଗର ଆଧୁନିକୀକରଣ ଏବଂ ବୈଷୟିକ ଉନ୍ନତିକରଣ |
- “ଗୁରୁ ଶିଷ୍ୟ ପରମ୍ପରା ତାଲିମ” ମାଧ୍ୟମରେ ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତତ୍ବାବଧାନରେ ଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିବା |
- ହସ୍ତଶିଳ୍ପ କାରିଗରଙ୍କୁ କାର୍ମଶାଳା ତଥା ବାସଗୃହ ନିର୍ମାଣ ଯୋଜନାରେ ସାମିଲ କରିବା |
- ହସ୍ତଶିଳ୍ପ କରିଗର ମାନଙ୍କୁ ମାଗଣାରେ ସୌର ଲଣ୍ଠନ ପ୍ରଦାନ |
- ଭ୍ରମଣ ମାଧ୍ୟମରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ କାରିଗର ମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇବାର ବ୍ୟବସ୍ଥା କରିବା |
ସାଙ୍ଗଠନିକ ଗଠନ ପ୍ରଣାଳୀ :
ଜିଲ୍ଳା ଶିଳ୍ପ କେନ୍ଦ୍ର , ସୁନ୍ଦରଗଡ କାର୍ଯ୍ୟ|ଳୟର ମୁଖ୍ୟ ଅଟନ୍ତି ସାଧାରଣ ପରିଚାଳକ, ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ, ତାଙ୍କୁ ସହଯୋଗ କରିବାକୁ ଜଣେ ପରିଚାଳକ/କୁଟୀର ଶିଳ୍ପ ଅଧିକାରୀ, ସହକାରୀ ପରିଚାଳକ ଏବଂ ଶିଳ୍ପ ବିକାଶ ଅଧିକାରୀ ମାନେ ଅଛନ୍ତି | ଶିଳ୍ପ ବିକାଶ ଅଧିକାରୀ ମାନେ ବ୍ଲକ ମାନଙ୍କରେ କାର୍ଯ୍ୟ କରିବା ସହିତ ସଦର କାର୍ଯ୍ୟଳୟରେ ମଧ୍ୟ କାର୍ଯ୍ୟରତ ଅଛନ୍ତି |ସେମାନେ ବ୍ଲକ ମାନଙ୍କରେ ଶିଳ୍ପ ଉଦ୍ୟୋଗୀ ମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବା ସହିତ କାର୍ଯ୍ୟଳୟର ଅନ୍ୟାନ୍ନ କାର୍ଯ୍ୟ କରନ୍ତି | ଶିଳ୍ପ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅନ୍ୟାନ୍ୟ କର୍ମଚାରୀ ଯଥା: ଜଣେ ହେଡ କ୍ଲର୍କ, ଜଣେ ବରିଷ୍ଠ କିରାଣୀ, ଜଣେ ବରିଷ୍ଠ କ୍ଷିପ୍ର ଲେଖକ , ଜଣେ କନିଷ୍ଠ କିରାଣୀ ଓ ତିନି ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି |
କାର୍ଯ୍ୟଳୟର ଠିକଣା :
ସାଧାରଣ ପରିଚାଳକ ,
ଜିଲ୍ଲା ଶିଳ୍ପ କେନ୍ଦ୍ର , ସୁନ୍ଦରଗଡ ,
ପୋ.ଅ./ଜିଲ୍ଲା : ସୁନ୍ଦରଗଡ , ପିନ କୋଡ -୭୭୦୦୦୧
ଟେଲିଫୋନ ନମ୍ବର : ୦୬୬୨୨-୨୭୨୨୩୬
ଇ -ମେଲ ଆଇଡି: dicsng@nic[dot]in
***