ଜିଲ୍ଲା ସମ୍ବନ୍ଧରେ

୧ ଜାନୁଆରୀ ୧୯୪୮ ମସିହାରେ ଦୁଇଟି ଗଡଜାତ ରାଜ୍ୟ ଗାଙ୍ଗପୁର ଓ ବୋଣାଇଗଡ କୁ ନେଇ ସୁନ୍ଦରଗଡ଼ ଜିଲ୍ଲା ଗଠିତ ହୋଇଥିଲା ,ଯେଉଁ ଦିନ ଏହି ଦୁଇଟି ରାଜ୍ୟ ଗାଙ୍ଗପୁର ଓ ବଣାଇଗଡ ବିଧିବଦ୍ଧ ଭାବେ ଓଡିଶା ସହ ମିଶିଥିଲେ । ନିଜର ନାମ ସୁନ୍ଦରଗଡ଼ କୁ ସ୍ଵାର୍ଥକ କରି ଏହି ଜିଲ୍ଲାର ୪୩ ଭାଗ ଅଞ୍ଚଳ ସୁନ୍ଦର ପ୍ରାକୃତିକ ପରିବେଶ ତଥା ସବୁଜ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ହୋଇଛି ଏବଂ ବହୁ ସଂଖ୍ୟାରେ ବିଭିନ୍ନ ଜନଜାତି ଏହି ଉପତ୍ୟକାରେ ବସବାସ କରୁଛନ୍ତି । ତତସହପ୍ରଚୁର ଖଣିଜ ସମ୍ପଦରେ ଭରପୁର ଏହି ଜିଲ୍ଲା ର ଉତ୍ତର ରେ ଝାରଖଣ୍ଡ ରାଜ୍ୟ ର ରାଞ୍ଚି ଜିଲ୍ଲା, ପଶ୍ଚିମ ଅବଂ ଉତ୍ତର – ପଶ୍ଚିମ ରେ ଛତିଶଗଡ ରାଜ୍ୟ ର ରାୟପୁର ଜିଲ୍ଲା, ଦକ୍ଷିଣ ଓ ଦକ୍ଷିଣ – ପୂର୍ବ ରେ ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼ ଏବଂ ଅନୁଗୁଳ ଜିଲ୍ଲା ଅବସ୍ଥିତ ହେବା ସହ ପୂର୍ବରେ ଝାରଖଣ୍ଡ ରାଜ୍ୟ ର ସିଂହଭୂମ ଜିଲ୍ଲା ଏବଂ କେନ୍ଦୁଝର ଜିଲ୍ଲା ଅବସ୍ଥିତ ।

ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଏହି ଜିଲ୍ଲାର ମୁଖ୍ୟ କାର୍ଯ୍ୟ।ଳୟ । ଭୌଗଳିକ ଭାବେ ଏହା ସୁସଙ୍ଗଠିତ ନ ହୋଇ ବିକ୍ଷୀପ୍ତ ଭାବେ ଗଠିତ ଏବଂ ଏହା ବିସ୍ତିର୍ଣ ଭାବେ ଭିନ୍ନ ଭିନ୍ନ ମୁକ୍ତ ପ୍ରସାରଣକ୍ଷମ ତୀକ୍ଷ ଅଞ୍ଚଳ ପାହାଡିଆ , ବୃକ୍ଷ ଲତା ଦ୍ଵାରା ଆଚ୍ଛାଦିତ ଏକ, କାଦୁଅ , ପାହାଡିଆ ମୃତ୍ତିକାମୟ , ଗିରିଶୃଙ୍ଗ , ବିସ୍ତିର୍ଣ ଦୁର୍ଗମ୍ୟ ଅରଣ୍ୟ ସହ ଦୁଇ ପାଖ ଚଉଡା ସଂପ୍ରସାରିତ ନଦୀ ଉପତ୍ୟକା ଏବଂ ପ୍ରାକୃତିକ ବିଶିଷ୍ଟ ଥିବା ଭୂଭାଗ ତଥା ପର୍ବତ୍ୟାଞ୍ଚଳ ଦ୍ଵାରା ଗଠିତ । ଯଥାର୍ଥ ଭାବେ କହିବାକୁ ଗଲେ ଏହା ବିଭିନ୍ନ ଆବଡା ଖାବଡା ବିକ୍ଷିପ୍ତ ପାହାଡିଆ ଉପତ୍ୟକା ଦ୍ଵାରା ତରଙ୍ଗାୟିତ ଭାବେ ଉର୍ଧିଗାମୀ ଗିରିଶୃଙ୍ଗ କୁ ବିଭିନ୍ନ ସ୍ତାନରେ ବିଭାଜିତ କରିବା ସହ ଇବ ଓ ବ୍ରାହ୍ମଣୀ ନଦୀ ର ପ୍ରଚଣ୍ଡ ଧାର ଯୁକ୍ତ ଉପତ୍ୟକା ଦ୍ଵାରା ମଧ୍ୟ ବିଭାଜିତ । ଏହି ଜିଲ୍ଲା ର ଭୂଭାଗ ମୁଖ୍ୟତ ଉତ୍ତର ରୁ ଦକ୍ଷିଣ କୁ ଗଡାଣିଆ ଅଟେ । ଏହାର ଭୂଭାଗ ତରଙ୍ଗୟିତ , ପାହାଡିଆ ଏବଂ ଢାଲୁଆ କିସମ ଯୋଗୁଁ , ଏଠାର ଦ୍ରୁତ ଗତିରେ ମୃତ୍ତିକା କ୍ଷୟ ହେବା ସହ ଉଭୟ ପାନୀୟ ଜଳ ଓ କୃଷି ପାଇଁ ଜଳସେଚନ ନିମନ୍ତେ ଜଳର ଅଭାବ ପରିଲକ୍ଷିତ ହୋଇଥାଏ । ବ୍ରାହ୍ମଣୀ , ଶଙ୍ଖ , କୋଏଲ ଏବଂ ଇବ ଆଦି ମୁଖ୍ୟ ନଦୀ ଏ ଜିଲ୍ଲାରେ ପ୍ରବାହିତ । ସମଗ୍ର ଓଡିଶାର ଆୟତନର 6.23 ପ୍ରତିଶତ ଧାରଣ କରି ଦ୍ଵୀତୀୟ ବୃହତ୍ତମ ଜିଲ୍ଲା ଭାବେ (ଆୟତନରେ) ଏହି ସୁନ୍ଦରଗଡ଼ ଜିଲ୍ଲା ୯୭୧୨ ବର୍ଗଭୂମି ଆୟତନ ପରିବ୍ୟାପ୍ତ । ତେବେ ଏହାର ସମଗ୍ର ଆୟତନର ୪୨୩୨.୫୭ ବର୍ଗ କ୍ଷେତ୍ର ଅଞ୍ଚଳ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ହୋଇଥିବାରୁ , ଏହା ସମଗ୍ର ଓଡିଶା ରେ ୮.୫୩ ଭାଗ ଶତକଡା ଧାରଣ କରି ଜଙ୍ଗଲ ଆଚ୍ଛାଦିତ ଜିଲ୍ଲା ରୂପେ ମାନ୍ୟତା ପାଇଛି ।

ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟତଃ ୩ ଟି ସବଡିଭିଜନ ,୧୮ ଟି ତହସିଲ , ୧୭ ଟି ବ୍ଲକ ,୨୬୨ ଟି ଗ୍ରାମପଞ୍ଚାୟତ ରହିଛି । ଏହାର ଭୌଗଳିକ ସ୍ଥିତିକୁ ଦେଖିଲେ ଜଣାଯାଏ ଯେ ଏହି ଜିଲ୍ଲା ର ଅବସ୍ଥିତି ୨୧° ୩୬’ (ଉ ) ରୁ ୨୨° ୩୨'(ଉ ) ଅକ୍ଷାଂଶ ଓ ୮୩° ୩୨’ (ପୂ) ରୁ ୮୫° ୨୨’ଦ୍ରାଘିମା ମଧ୍ୟ ରେ ଅବସ୍ଥିତ । ଏ ଜିଲ୍ଲା ର ଲୋକ ସଂଖ୍ୟା ୨,୦୮୦,୬୬୪ ଯାହା ଜନ ସଂଖ୍ୟାର ସଂଖ୍ୟା ଦୃଷ୍ଟି ର ରାଜ୍ୟ ରେ ପଞ୍ଚମ ଜନବହୁଳ ଜିଲ୍ଲା ରୂପେ ସ୍ଥାନ ଅଧିକାର କରିଛି । ଏହାର ଗ୍ରାମାଞ୍ଚଳ ଲୋକସଂଖ୍ୟା ୧୨ ଲକ୍ଷରୁ ଅଧିକ ହୋଇଥିବା ବେଳେ ସହରାଞ୍ଚଳ ର ଜନସଂଖ୍ୟା ୬ ଲକ୍ଷରୁ ଅଧିକ ଅଟେ । ପୁରୁଷ ସାକ୍ଷରତା ଶତକଡା ୮୨.୧୩ ହାର ହୋଇଥିବା ବେଳେ ମହିଳା ସାକ୍ଷରତା ଶତକଡା ୬୫.୯୩ ହାର ଅଟେ । ଏ ଜିଲ୍ଲା ର ମୁଖ୍ୟତଃ ଗ୍ରୀଷ୍ମ ଦିନେ ଅତି ଉତ୍ତପ୍ତ ଓ ଶୀତଦିନେ ଅତି ଥଣ୍ଡା ଅଟେ । ସାମହିକ ଭାବେ ଜଳବାଯୁ ଉଷ୍ଣ ଏବଂ ସ୍ୱଳ୍ପ ଆର୍ଦ୍ର୍ୟ ଅଟେ । ଏହାର ହାରାହାରି ବୃଷ୍ଟିପାତ ହାର ୧୨୩୦ ମିଲିମିଟର କିନ୍ତୁ ବୃଷ୍ଟିପାତ ହାରରେ ତଥା ଅନିମିୟତା ହେତୁ ଏହା କୃଷି ଉତ୍ପାଦନକୁ ଗଭୀର ଭାବେ ପ୍ରବାହିତ କରିଥାଏ ।

ଓଡିଶା ମାନଚିତ୍ର ରେ ସୁନ୍ଦରଗଡ଼କୁ ଏକ ଶିଳ୍ପାଞ୍ଚଳ ଜିଲ୍ଲା ରୂପେ ମାନ୍ୟତା ମିଳେ । ଲୁହା କାରଖାନା , ସାର କାରଖାନା , ସିମେଣ୍ଟ କାରଖାନା , ଲୌହ ମାଙ୍ଗାନିଜ ଶିଳ୍ପ କାରଖାନା,ମେସିନ ନିର୍ମାଣ କାରଖାନା , କାଚ ଓ ଚୀନା ମାଟି କାରଖାନା , ସୂତା କଳ ଆଦି ସୁନ୍ଦରଗଡ଼ ରେ ମୁଖ୍ୟ ଶିଳ୍ପ କାରଖାନା ଅଟେ । ସୁନ୍ଦରଗଡ଼ ଓଡିଶା ମାନଚିତ୍ର ର ଖଣିଜ ପଦାର୍ଥ ଉତ୍ତୋଳନରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ଏଠାରେ ପ୍ରଚୁର ପରିମାଣର ଲୁହାପଥର , ଚୂନ ପଥର , ମାଙ୍ଗାନିଜ ଓ ଡ଼ୋଲାମାଇଟ ଗଚ୍ଛିତ ଅଛି । ଓଡିଶା ଶିଳ୍ପ କାରଖାନା , ରାଉରକେଲା ଷ୍ଟିଲ ପ୍ଳାଣ୍ଟ ପ୍ରମୁଖ ଅଟେ । ବିଦେଶୀ ସରକାର ସହାୟତାରେ ରାଉରକେଲା ଶିଳ୍ପ ସହର ଜିଲ୍ଲାର ପ୍ରଥମ ସରକାରୀ ଉଦ୍ୟୋଗ ଗଠିତ ହୋଇଛି ଓ ଏଲ. ଡି. ଅକ୍ସିଜେନ ଟେକନୋଲଜି ବ୍ୟବହାରର ସମଗ୍ର ଭାରତରେ ଏହା ପ୍ରଥମ ଅଟେ । ତଥାପି , ଏହାର ସମଗ୍ର ଜନସଂଖ୍ୟା ର ୫୦ ପ୍ରତିଶତ ରୁ ଅଧିକ ଲୋକ ନିଜ ଜୀବିକା ପାଇଁ କୃଷିକ୍ଷେତ୍ର ଉପରେ ନିର୍ଭର କରନ୍ତି । ସୁନ୍ଦରଗଡ଼ ଜିଲ୍ଲା ମାଟିର ବିଭାଗ ଅନୁସାରେ ଏହା ଲୋହିତ ଓ ହଳଦିଆ ମୃତ୍ତିକାର ମିଶ୍ରଣ ଅଟେ । ଏହା ୩,୧୩,୦୦୦ ହେକ୍ଟର ଚାଷ ଜମି ମଧ୍ୟରୁ ୫୨ ପ୍ରତିଶତ ଉର୍ବର , ୩୦ ପ୍ରତିଶତ ମଧ୍ୟମ ଧରଣର ଓ ୧୮ ପ୍ରତିଶତ ନିମ୍ନ ଧରଣର ଉର୍ବର ଅଟେ । ଧାନଚାଷ ମୁଖ୍ୟତ ଅମଳକାରୀ ଫସଲ ହୋଇଥିବାରୁ ଖରିଫ ସମୟର ୭୫ ପ୍ରତିଶତ ଅଞ୍ଚଳ ଧାନଚାଷ ଦ୍ଵାରା ଆଚ୍ଛାଦିତ ହୋଇଥାଏ । ଜଳସେଚନର ସୀମିତ ବ୍ୟବସ୍ଥା ଥିବାରୁ ମାତ୍ର ୨୪ ପ୍ରତିଶତ ଅଞ୍ଚଳ ଖରିଫ ସମୟର ଓ ୮ ପ୍ରତିଶତ ଅଞ୍ଚଳ ରବି ଫସଲ ସମୟର ଜଳସେଚିତ ହୋଇଥାଏ ।

ସୁନ୍ଦରଗଡ଼ ରାଜସ୍ୱ ଜିଲ୍ଲାରେ ସୁନ୍ଦରଗଡ଼ ଶିକ୍ଷା ଜିଲ୍ଲା ଟି ସମ୍ବଲପୁର ଜିଲ୍ଲା ଠାରୁ ଅଲଗା ହୋଇ ୧୯୬୮ ମସିହା ରେ ଏକ ସ୍ଵତନ୍ତ୍ର ଶିକ୍ଷା ଜିଲ୍ଲା ରୂପେ ଗଠନ ହୋଇ ଏହାର ସମଗ୍ର ଭୌଗଳିକ ପରିସୀମା ମଧ୍ୟରେ କାର୍ଯ୍ୟ କରୁଛି । ଏଠାରେ ଅନେକ ଉଚ୍ଚମାନ ର ଶିକ୍ଷାନୁଷ୍ଟାନ ଜିଲ୍ଲାର ଗୌରବ ବଢାଇଛି,ଯେପରିକି ରାଉରକେଲା ନ୍ୟାସନାଲ ଇନ୍ସଟିଟିଉଟ ଓଫ ଟେକନୋଲଜି (ଏନ. ଆଇ. ଟି. ), ସରକାରୀ ମହାବିଦ୍ୟାଳୟ ରାଉରକେଲା , ସୁଶୀଳବତୀ ମହିଳା ମହାବିଦ୍ୟାଳୟ,ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡ଼ ପ୍ରମୁଖ ଅଟନ୍ତି ।

ବର୍ଷସାରା ଅନେକ ପର୍ବ ପର୍ବାଣି ସୁନ୍ଦରଗଡ଼ ଜିଲ୍ଲାରେ ପାଳିତ ହୋଇଥାଏ । ସେ ମଧ୍ୟରୁ ନୂଆଖାଇ , ରଥଯାତ୍ରା ,ରାମନବମୀ,ନାମ ସଂକୀର୍ତ୍ତନ ଇତ୍ୟାଦି ପ୍ରମୁଖ ଅଟେ । ରାମକୃଷ୍ଣ ନାମ ଜପିବାକୁ ନାମ ସଂକୀର୍ତ୍ତନ କୁହାଯାଏ ।

ଓଡିଶାରେ ସୁନ୍ଦରଗଡ଼ ଜିଲ୍ଲା ଏକ ମୁଖ୍ୟ ପର୍ଯ୍ୟଟକ ସ୍ଥଳ ରୂପେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରି ଆସିଛି । ବର୍ଷ ସାରା ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି । ରାଉରକେଲା , ବେଦବ୍ୟାସ , ମାଣିକ ମୁଣ୍ଡା , ମନ୍ଦିରା ଡ୍ୟାମ , ଘୋଗର , ଖଣ୍ଡାଧାର , ଦାରଜିଙ୍ଗ , ସରବଗଡ, ହନୁମାନ ବାଟିକା ଇତ୍ୟାଦି ମୁଖ୍ୟ ପର୍ଯ୍ୟଟକ ସ୍ଥାନ ସୁନ୍ଦରଗଡ଼ ଜିଲ୍ଲା କୁ ସ୍ଵତନ୍ତ୍ର ମାନ୍ୟତା ଦିଏ ।