ଜିଲ୍ଲା ସମାଜ ସୁରକ୍ଷା କାର୍ଯ୍ୟାଳୟ
ଉପକ୍ରମଣିକା
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ 2015-16 ମସିହାରେ ମହିଳା ଓ ଶିଶୁ ବିଭାଗ ଠାରୁ ପୃଥକ ହୋଇ ନୂତନ ଭାବେ କାର୍ଯ୍ୟକାରୀ ହେଲା । ପ୍ରାରମ୍ଭରୁ ଏହି ବିଭାଗ ଭିନ୍ନକ୍ଷମ ମାନଙ୍କ ଉନ୍ନତି ଯଥା ସାମାଜିକ ସୁରକ୍ଷା, ମାସିକ ଭତ୍ତା ଈତ୍ୟଦି ଯୋଜନା ଆରମ୍ଭ କରାଯାଇଛି । ପୁନଶ୍ଚ ବରିଷ୍ଠ ନାଗରିକ, କିନ୍ନର ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଆରମ୍ଭ କରାଯାଇଅଛି । ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକ ଚାଲୁରଖିବା ପାଇଁ ବିଭିନ୍ନ ପ୍ରକାରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି ।
କାର୍ଯ୍ୟକଳାପ
- ଏହି ବିଭାଗର ମୂଳ ଉଦ୍ଦେଶ୍ୟ ଭତ୍ତା ହିତାଧିକାରୀ, ଭିନ୍ନକ୍ଷମ, କିନ୍ନର, ବରିଷ୍ଠ ନାଗରିକ ମାନଙ୍କୁ ସୁବିଧା ପ୍ରଦାନ ।
- ଅଭାବଗ୍ରସ୍ତ ବ୍ୟକ୍ତି, ଭିନ୍ନକ୍ଷମ, କିନ୍ନର, ଭିକ୍ଷୁକ, ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଅଣ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ବିଶ୍ଵ ବିଦ୍ୟାଳୟ, ସମବାୟ ସମିତି, ସରକାରୀ ଅନୁଷ୍ଠାନ ମାନଙ୍କ ଦ୍ଵାରା ସୁବିଧା ପ୍ରଦାନ ଓ ଉନ୍ନତି , ଉକ୍ତ ବିଭାଗ ର ମୂଳ ଲକ୍ଷ୍ୟ ଅଟେ ।
କାର୍ଯ୍ୟକଳାପର ପୂର୍ଣ୍ଣ ବିବରଣୀ
- ଇନ୍ଦିରାଗାନ୍ଧୀ ଜାତୀୟ ବର୍ଦ୍ଧକ୍ୟ ଭତ୍ତା (IGNOAP)
- ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ଭତ୍ତା (IGNWP)
- ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା (IGNDP)
- ଜାତୀୟ ପରିବାର ମଙ୍ଗଳ ଯୋଜନା (NFBS)
- ମଧୁବାବୁ ଭତ୍ତା ଯୋଜନା (MBPY)
- ନିର୍ମାଣ ଶ୍ରମିକ ଭତ୍ତା ଯୋଜନା (NSPY)
- ଡି.ଆର.ଆଇ. ରୁଣ
- ବଣିଶ୍ରୀ ବୃତ୍ତି
- ଜାତୀୟ ବୃତ୍ତି
- ଭିନ୍ନକ୍ଷମ ପିତା/ମାତା ଙ୍କ ପିଲା ଙ୍କ ପାଇଁ ବୃତ୍ତି
- ବିବାହ ପ୍ରୋତ୍ସାହନ
- ଦ୍ରୁଷ୍ଟିହୀନ ମନଙ୍କ ନିମନ୍ତେ ଲାପଟପ
- ବସ ପାସ
- ସାହାୟତା ଉପକରଣ
- ଦକ୍ଷତା ବୃଦ୍ଧି ତାଲିମ
- ଅବଦାନ
- ସହାୟ
- ସ୍ଵୀକୃତି
କାର୍ଯ୍ଯ।ଳୟର ସମ୍ପୂର୍ଣ ବିବରଣୀ
ଜିଲ୍ଲା ସମାଜ ସୁରକ୍ଷା କାର୍ଯ୍ୟାଳୟ
ଜିଲ୍ଲାପାଳଙ୍କ କାର୍ଯ୍ଯ।ଳୟ, ସୁନ୍ଦରଗଡ
ପିନ-୭୭୦୦୦୧
ଓଡିଶା
ଯୋଗାଯୋଗ-୯୮୬୧୧୦୭୧୭୮
ଇ-ମେଲ ID-dsso.sundargarh@gmail.com