ଜିଲ୍ଲା ବିବରଣୀ

୧୯୪୮ ମସିହା ଜାନୁଆରୀ ୧ ତାରିକ ଦିନ ସୁନ୍ଦରଗଡ଼ ଜିଲ୍ଲା ର ଗଠନ କରଯାଇଥିଲା । ତତ୍କାଳୀନ ଦୁଇଟି ପୁରାତନ ଗଡଜାତ ରାଜ୍ୟ ଗାଙ୍ଗପୁର ଓ ବଣେଇର ଓଡିଶା ପ୍ରଦେଶ ସହିତ ମିଶ୍ରଣ ପରେ ଏହି ଜିଲ୍ଲା ଗଠିତ ହୋଥିଲା ସମଗ୍ର ଜିଲ୍ଲାର ୪୩% ଜଙ୍ଗଲ ଆଚ୍ଛାଦିତ ଥିଲା । ଅସଂଖ୍ୟ ବର୍ଣIଳ ଜାତି ଏବଂ ପ୍ରଚୁର ଖଣିଜ ସମ୍ପଦରେ ପରିପୂର୍ଣ ଏହି ଜିଲ୍ଲା ଛୋଟ ନାଗପୁର ମାଳଭୂମି ଅନ୍ତର୍ଗତ ଅଞ୍ଚଳ ଅଟେ ଯାହା ଖଣି ଖାଦାନ ଓ ସଂସ୍କୃତିକ ଦୈତିହର ବିପୁଳ ଗନ୍ତାଘର ଓ ପ୍ରଚୁର ସମ୍ଭା ବନାରେ ପରିପୂର୍ଣ ଅଟେ ।

ଜିଲ୍ଲା ର ଉତ୍ତର ସୀମାରେ ଝାରଖଣ୍ଡ ରାଜ୍ୟର ରାଞ୍ଚି, ପଶ୍ଚିମ ରେ ଛତିଶଗଡ଼ ରାଜ୍ୟର ରାୟଗଡ, ଦକ୍ଷିଣ ସୀମାରେ ଓଡିଶାର ଝାରସୁଗୁଡା , ସମ୍ବଲପୁର , ଅନଗୁଳ ଏବଂ ଦକ୍ଷିଣ – ପୁର୍ବରେ ଝାରଖଣ୍ଡ ରାଜ୍ୟର ସିଂହ ଭୂମି ଏବଂ ପୁର୍ବରେ ଓଡିଶାର କେନ୍ଦୁଝର ଜିଲ୍ଲା ଦ୍ଵାରା ପରିଦେଷ୍ଟିତ ହୋଇ ରହିଅଛି । ଜିଲ୍ଲାର ସଦର ମହକୁମା ସୁନ୍ଦରଗଡ଼ ଅନୁସାରେ ଏହି ଜିଲ୍ଲା ନାମିତ ହୋଇଛି ଉନବିଂଶ ଶତାଦ୍ଦୀ ର ପ୍ରଥମ ଦକ୍ଷ କରେ ସହର ସୁନ୍ଦରଗଡ଼ ନାମରେ ପରିଚିତ ହେଲା । ପୂର୍ବରୁ ଏହା ର ନା ଶୁଆଡ଼ିହି ରହି ଆସିଥିଲା । କାରଣ ଅସ୍ବଷ୍ଟ ହୋଇଥିଲେ ହେଁ , ଯାହା ଜଣାଯାଏ ରଘୁନାଥ ଶେଖର ଦେଓ ରାଜା ଥିଲା ବେଳେ ତାଙ୍କର ମୌଖି କଥା ଦେଶ କ୍ରମେ ଶୁଆଡ଼ିହିର ର ନାମ ସୁନ୍ଦରଗଡ଼ କୁ ପରିବର୍ତ୍ତିତ ହୋଇ ଅଛି ଯାହା ତାର ଆକ୍ଷରିକ ଅର୍ଥ ସୁନ୍ଦରଗଡ଼ କୁ ପ୍ରତି ପାଦିତ କରି ଥାଏ । ଆଜିର ସୁନ୍ଦରଗଡ଼ କ୍ଷେତ୍ରଟି ପ୍ରାଚୀନ କାଳରେ ଦକ୍ଷିଣ ପଥର ଅଂସ ବିଶେଷ ଥିଲା । ଉତ୍ତର ଭାରତରେ କୋଶଲ ଏକ ଗୁରୁତ୍ଵପୂର୍ଣ ମହାଜନ ପଦ ଥିଲା ଯାହାର ଦକ୍ଷିଣ ଭାଗ ଦକ୍ଷିଣ – କୋଶଲ ଭାବେ ପ୍ରସିଦ୍ଧ । ଏହାର ଶାସନ ପରିବାରଙ୍କୁ ନେଇ ମତ ପାର୍ଥିକ୍ୟ ଡେକଖାଯାଏ ତେବେ ଗାଙ୍ଗପୁର ଓ ବଣାଇ ନାମକ ଏହି ଦୁଇ ପୂର୍ବ-ରାଜ୍ୟ ନାଗପୁର ମରହଟ୍ଟା ଘIସମଧୀନ ଥିଲା । ଦେଓଗାଁ ଚିକତି ଫଳରେ ମରହଟ୍ଟା ଶାସକ ରଘୁଜି ଭେସଂଲI ଙ୍କ ହାତରୁ ଏହା ଇଂରେଜ ଅଧିନ କୁ ୧୮୦୩ ମସିହାରେ ଆସିଲା । ପୁନରାୟ ୧୮୦୬ ମସିହାରେ ଏହି ଅଞ୍ଚଳ ଏକ ଏକ ସ୍ଵତନ୍ତ୍ର ଚୁକ୍ତି ବଳରେ ରଘୁଜି ଙ୍କ ଅଧିନକୁ ଆସିଲା । ପରିଶେଷରେ ୧୮୨୬ ମସିହାରେ ଏହି ଅଞ୍ଚଳ ଇଂରେଜ ଶାସନାଧୀନ ହେଲା । ୧୯୦୫ ମସିହାରେ ବଣାଇ ଓ ଗାଙ୍ଗପୁର ଗଡଜାତ ରାଜ୍ୟ ଦ୍ଵୟକୁ ଛୋଟ ନାଗପୁର କମିଶନର ଙ୍କ ଓଡିଶାର କମିଶନର ଙ୍କ ଅଧିନକୁ ଅନାଗଲା ଏବଂ ଜଣେ ପୃଥକ ପଲିଟିକାଲ ଏଜେଣ୍ଟ ଏହା ପାଇଁ ନିଯୁକ୍ତ କରାଯାଥିଲା ।

ବଣାଇ ଏବଂ କୋଦମ୍ବା ରାଜା ପରିବାର ଗଡଜାତ ମିଶ୍ରଣ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିଥିଲେ । ରାଜା ଚନ୍ଦ୍ର ଶେଖର ଚନ୍ଦ୍ର ଦେଓ ଦେବ ଙ୍କ ସମୟରେ ରାଜ୍ୟ ର ପ୍ରଭୁତ ଉନ୍ନତି ହୋଇଥିଲା । ତାଙ୍କ ପୁଅ ରାଜା ଦୟାନିଧି ଇନ୍ଦ୍ର ଦେଓ ଦେବ ପାଧ୍ୟା ଜନପ୍ରିୟ ଶାସକ ଥିଲେ ଏବଂ ତାଙ୍କର ଦେହାନ୍ତ ୧୮୯୮ ମସିହାରେ ହୋଇଥିଲା । ତାଙ୍କ ପରେ ତାଙ୍କ ପୁଅ ନୀଳାମ୍ବର ଚନ୍ଦ୍ର ଦେଓ ଦେବ ଗାଦିନାସିନ ହେଲେ ଯିଏ କି ମୟୂରଭଞ୍ଜ ର ରାଜା କୃଷ୍ଣ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ସମ ସାମୟିକ ଥିଲେ । ୧୯୦୨ ମସିହା ରେ ନୀଳାମ୍ବର ଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଧରଣିଧର ଇନ୍ଦ୍ର ଦେଓ ଦେବ ବଣାଇ ର ଶାସନ ଭାର ଫେବ୍ରୁଆରି ୧୯୦୨ ରୁ ଜାନୁଆରୀ ୧୯୪୮ ପର୍ଯ୍ୟନ୍ତ ସମ୍ଭାଳି ଥିଲେ । ଏହା ପରେ ଓଡିଶା ସହିତ ବଣାଇ ର ମିଶ୍ରଣ ଘଟିଲା ଏବଂ ରାଜା ଧରଣିଧର ଙ୍କ ମୃତ୍ୟୁ ଜୁଲାଇ ୧୯୪୯ମସିହାରେ ହୋଇଥିଲା ଭୌଗଳିକ ଦୃଷ୍ଟିରୁ ସୁନ୍ଦରଗଡ ଜିଲ୍ଲା ସଂହତ ଜିଲ୍ଲା ନୁହେଁ ବରଂ ଏହାର କେତେକ ସ୍ଥାନ ପ୍ରବIସ୍ତ କ୍ଷେତ୍ର ଦ୍ଵାରା ଗଠିତ । ସ୍ଥାନେ ସ୍ଥାନେନିବIଞ୍ଚନ ପର୍ବତ , ଅଗମ୍ୟ ଜଙ୍ଗଲ , ବୀସ୍ତିର୍ଣ ନଦୀ ଉପତ୍ୟକା ଏବଂ ପାର୍ବତ୍ୟIଞ୍ଚଳ ଦେଖାଯାଏ । ବିସ୍ତ୍ରୁତ ଭାବେ କହିବାକୁ ଗଲେ ଏହା ଭିନ୍ନ ଭିନ୍ନ ଉଚ୍ଚତା ବିଶିଷ୍ଟ ଏକତରଙ୍ଗାୟିତ ପ୍ରଶସ୍ତ ପୃଷ୍ଟିୟ କ୍ଷେତ୍ର ଅଟେ । ଯାହାକି ଲକ୍ଷ ପର୍ବତ ମାଲା ଦ୍ଵାରା ଛେଦିତ ଏବଂ ପ୍ରବାହିତ ଗିରିନାଲ ଏବଂ ଇବ ଓ ବ୍ରାହ୍ମଣୀ ନଦୀ ଦ୍ଵାରା ବିଭାଜିତ । ସାଧାରଣତଃ ଏହାର ଭୂମିରୁପ ଉତ୍ତରରୁ ଦକ୍ଷିଣକୁ ଗଡାଣିଆ ଯେଉଁଥି ପାଇଁ ଏ ଜିଲ୍ଲା ମୃତ୍ତିକାକ୍ଷୟ ଏବଂ ଉଭୟ ପାନୀୟ ଜଳ ତଥା କୃଷି –ଉପଯୋଗୀ ଜଳ –ସଙ୍କଟର ସମସ୍ୟା ଭିତରେ ରହିଛି ।

ଭୌଗଳିକ ଅବସ୍ଥିତ

ଓଡିଶାର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟର କ୍ଷେତ୍ର ଫଳର ପ୍ରାୟ ୬.୨୩ ଭାଗ ଆବୋରି ରହିଛି । ଏହା ଓଡିଶାର ଦୁତୀୟ ବୃହତମ ଜିଲ୍ଲା ଏବଂ ଏହାର କ୍ଷେତ୍ର ଫଳ ୯୭୧୨ .୬ ବର୍ଗ କି.ମି.। ଏହି ଜିଲା ଉତ୍ତର ଅକ୍ଷାଂଶ ୨୧ ୩୬ ଓ ୨୨୩୨ ଏବଂ ପୂର୍ବ ଦ୍ରାଘିମା ୮୩୩୨ ଓ ମଧ୍ୟରେ ପରିବ୍ୟାପ୍ତ ।

ପ୍ରଶାସନ ବ୍ୟବସ୍ଥା

ଜିଲ୍ଲାପାଳ ଓ ଜିଲ୍ଲା- ମାଜିଷ୍ଟ୍ରେଟ ହେଉଛନ୍ତି ଜିଲ୍ଲାର ମୁଖ୍ୟ । ଜିଲ୍ଲାର ପ୍ରଶIସନିକ ବ୍ୟବସ୍ଥା ମୁଖ୍ୟ ଭାବେ ସେ ଏବଂ ତାଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ ତଥା ସୁଶାସନ ପାଇଁ ତାଙ୍କ ସହକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ , ତହସିଲ ଦାର ଗଣ ଡେପୁଟି କଲେକ୍ଟର ସମୂହ ତଥା ଅନ୍ୟାନ୍ୟ ଅଧିକାରିଗଣ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାକୁ ୩ ଟି ଉପଖଣ୍ଡ ଯଥା ସୁନ୍ଦରଗଡ଼ , ପାନପୋଷ ଓ ବଣାଇ ରୂପେ ବିଭାଜିତ କରାଯାଇଛି । ପ୍ରତି ଉପଖଣ୍ଡ ଦାୟିତ୍ଵରେ ଜଣେ ଲେଖାଏଁ ଇଉପିଏ- ଜିଲ୍ଲାପାଳ ଅବସ୍ଥାପିତ ଅଛନ୍ତି । ରାଜସ୍ୱ ପରିଚାଳନା ଓ ପ୍ରଶାସନ ପାଇଁ ଜିଲ୍ଲାକୁ ମୋଟ ୧୮ ଟି ତହସିଲ ଯଥା ସୁନ୍ଦରଗଡ଼ , ହେମଗିର , ଲେଫ୍ରିପଡା, ବାଲିଶଙ୍କରା, ରାଜଗାଙ୍ଗପୁର, ବିରମିତ୍ରପୁର , ପାନପୋଷ , ରାଉରକେଲା, ବଣାଇ ,ଟାଙ୍ଗରପାଳି , ସବ୍ଡ଼େଗI, ବଡଗାଁ , କୁତ୍ରା, ଲାଠିକଟା, ବିଶ୍ରା , କୋଇଡା, ଗୁରୁଣ୍ଡିଆ ଓ ଲହୁଣିପଡା ଭାବେ ଭାଗ କରାଯାଇ ଜଣେ ଜଣେ ତହସିଲଦାର ଙ୍କ ଅଧୀନରେ ରଖାଯାଇଛି ।

ଗ୍ରାମୀଣ କ୍ଷେତ୍ରର ବିକାଶ ପାଇଁ ଜିଲ୍ଲାର ୧୭୭୯ ଟି ଗ୍ରାମ ,୨୬୨ ଟି ଗ୍ରା.ପ ଏବଂ ସମଗ୍ର ଜିଲ୍ଲାକୁ ୧୭ ଟି ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ୧୭ ଟି ବ୍ଲକ ଯଥା କୁଆରମମୁଣ୍ଡା,ନୂଆଗାଁ , ବିଶ୍ରା, ଲାଠିକଟା, ହେମଗିର ,ରାଜଗାଙ୍ଗପୁର , ଲେଫ୍ରିପଡା, କୁତ୍ରା ,ସୁନ୍ଦରଗଡ଼, ବଡଗାଁ, ସବଡେଗା, ବାଲିଶଙ୍କରା, ଟାଙ୍ଗରପାଳି , ଲହୁଣିପଡା, କୋଇଡା , ବଣାଇଗଡ ଓ ଗୁରୁଣ୍ଡିଆ ର ପ୍ରଶାସନ ଦାୟିତ୍ଵ ସମ୍ଭାଳିଥାନ୍ତି । ଜିଲ୍ଲାରେ ୬ ଗୋଟି ବୈଧାନିକ ଟାଉନ / ଟାଉନସିପ ରହିଅଛି ଯଥା- ରାଉରକେଲା ନଗରପାଳିକା, ସୁନ୍ଦରଗଡ଼ ନଗରପାଳିକା, ରାଜଗାଙ୍ଗପୁର ନଗରପାଳିକା, ବିରମିତ୍ରପୁର ନଗରପାଳିକା, ରାଉରକେଲା ଇଣ୍ଡଷ୍ଟ୍ରିଆଲ ଟାଉନସିପ ଏବଂ ଓ.ସି.ଏଲ . ଇଣ୍ଡଷ୍ଟ୍ରିଆଲ ଟାଉନସିପ । ଏ ସମସ୍ତ କେନ୍ଦ୍ରରେ ଜଣେ ଜଣେ ନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇ ଅଛନ୍ତି ।

ଜନସଂଖ୍ୟା

୨୦୧୧ ମସିହା ଜନ ଗଣନା ଅନୁସାରେ ଜିଲ୍ଲା ମୋଟ ଜନସଂଖ୍ୟା ୨୦,୯୩,୪୩୭ । ସେଥି ମଧ୍ୟରୁ ପୁରୁଷ ୧୦,୯୧,୧୪୭ ଓ ମହିଳା ୧୦,୩୨,୨୯୦ ଜନ । ଜିଲ୍ଲା ରେ ଜନ ସଂଖ୍ୟାର ଘନତ୍ତ୍ଵ ପ୍ରତି ବର୍ଗ କି. ମି. ରେ ୨୧୬ ଜଣ । ସାକ୍ଷରତା ହାର ୭୩.୩୪ % ହୋଇଥିବା ବେଳେ ଳିଙ୍ଗ ଅନୁପାତ ପ୍ରତି ୧୦୦୦ ପୁରୁଷ ରେ ୯୭୩ ମହିଳା ଅଟେ ।

ନିର୍ବାଚନ କ୍ଷେତ୍ର

ଲୋକସଭା ନିର୍ବାଚନ ମଣ୍ଡଳୀ

ସୁନ୍ଦରଗଡ଼ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ଅଟେ । ଏହା ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷିତ ।

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଜିଲ୍ଲାରେ ମୋଟ ୭ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ରହିଛି । ଯଥା

  • ୦୦୮ – ତାଳସରା (ଅନୁସୂଚିତ ଜନଜାତି )
  • ୦୦୯ – ସୁନ୍ଦରଗଡ଼ (ଅନୁସୂଚିତ ଜନଜାତି)
  • ୦୧୦ – ବିରମିତ୍ରପୁର (ଅନୁସୂଚିତ ଜନଜାତି)
  • ୦୧୧ – ରଘୁନାଥପାଲି (ଅନୁସୂଚିତ ଜାତି )
  • ୦୧୨ – ରାଉରକେଲା
  • ୦୧୩. – ରାଜଗାଙ୍ଗପୁର (ଅନୁସୂଚିତ ଜନଜାତି )
  • ୦୧୪ – ବଣାଇ (ଅନୁସୂଚିତ ଜନଜାତି )

ଜିଲ୍ଲା ମୁକ୍ଷାଂଶ

  • ଆୟତନ ଦୃଷ୍ଟିରୁ ୨ୟ ବୃହତମ ଓ ଜନସଂଖ୍ୟା ଦୃଷ୍ଟିରୁ ୬ଷ୍ଠ ଜିଲ୍ଲା ।
  • ରାଜ୍ୟର ୩ ୟ ସହରୀ କରଣ ଜିଲ୍ଲା ଯେଉଁଠି ମାତ୍ର ୩୫.୨୬ % ଜନ ସଂଖ୍ୟା ସହର ବାସୀ ଅଟନ୍ତି । ସମଗ୍ର ରାଜ୍ୟ ରେ ଏଇହର ୧୯.୬୯ ପ୍ରତିଶତ ଅଟେ ।
  • ଜନସଂଖ୍ୟା ର ଘନତ୍ଵ ଦୃଷ୍ଟିରୁ ଏହାର ୧୯ ଏବଂ ଳିଙ୍ଗ ଅନୁପାତ ରେ ଏହି ଜିଲ୍ଲା ୨୦ ତମ ସ୍ଥାନ ରେ ଅଛି ।
  • ଜିଲ୍ଲାରେ ୪୯ ଟି ଅଧିବାସୀ ବିହୀନ ଗ୍ରାମ ରହିଅଛି । ୩ଟି ଗ୍ରାମ ରେ ଜନସଂଖ୍ୟା ୫୦୦୦ ରୁ ଉର୍ଦ୍ଧ । ସବ୍ଡ଼େଗା ଜିଲ୍ଲାର ଜନବହୁଳ ଗ୍ରାମ ଯେଉଁଠି ୫୯୩୫ ଜଣ ଅଧିବାସୀ ବସ କରନ୍ତି ।
  • ଲହୁଣିପଡ଼ା ଥାନା ଅଧୀନରେ ସର୍ବାଧିକ (୧୬୦) ଗ୍ରାମ ଆସୁଅଛି ଓ ରଘୁନାଥପାଲି ଥାନା ଅଧୀନରେ ସର୍ବନିମ୍ନ (ମାତ୍ର ୧ ଟି ) ଗ୍ରାମ ରହିଅଛି ।