ବନ୍ଦ କରନ୍ତୁ

କଲେକ୍ଟରେଟ୍

ଜିଲ୍ଲା ସଂସ୍ଥା ଉପବିଭାଗ

ଜିଲ୍ଲା ସଂସ୍ଥା ଉପବିଭାଗ ଜିଲ୍ଲା କାର୍ଯ୍ୟାଳୟ ର ଏକ ଗୁରୁତ୍ବପୂର୍ଣ ବିଭାଗ। ଏହି ବିଭାଗ ଜିଲ୍ଲାପାଳଙ୍କ ପ୍ରଶାସନିକ ନିୟନ୍ତ୍ରଣ ରେ କାମ କରିଥାଏ । ଜଣେ ଡେପୁଟି କଲେକ୍ଟର ଏହି ବିଭାଗ ର ଅଧିକାରି ରୂପେ କାର୍ଯ୍ୟ କରନ୍ତି । ଜିଲ୍ଲା ର ସମସ୍ତ ନିଯୁକ୍ତି, ବଦଳି ଏବଂ ମୁତୟନ, ପଦୋନ୍ନତି, ଅବସରକାଳିନ ବୃତ୍ତି, ଥଇଥାନ ଭିତ୍ତିକ ନିଯୁକ୍ତି, ବିଭାଗୀୟ ତଦନ୍ତ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟ ଏହି ବିଭାଗ ରେ ହୋଇଥାଏ ।ଚାକିରି ସମ୍ବଧୀୟ ପ୍ରଶାସନିକ ଓ ମୋକଦ୍ଦମା ସମ୍ପର୍କିତ କାର୍ଯ୍ୟ ମଧ୍ୟ ଏହି ବିଭାଗ ରେ ହୋଇଥାଏ । ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଗେଜେଟେଟ ଏବଂ ଅଣଗେଜେଟଟ କର୍ମଚାରୀ ମାନଙ୍କ ଦରମା ଏବଂ ଅନ୍ୟ ସମସ୍ତ ଆର୍ଥିକ ପ୍ରାପ୍ୟ ଏହି ବିଭାଗ ରୁ ଉଠାଣ ହୋଇଥାଏ ।

ରାଜସ୍ଵ ବିଭାଗ

ଜିଲ୍ଲାପାଳଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କ ତଦାରଖରେ ଏବଂ ଜଣେ ପ୍ରାଧିକୃତ ଅଧିକାରୀଙ୍କ ମାଧ୍ୟମରେ ଏହି ବିଭାଗଟି କାର୍ଯ୍ୟକରିଥାଏ । ଏହି ବିଭାଗର ମୁଖ୍ୟ କାର୍ଯ୍ୟ ହେଉଛୁ ସରକାରୀ ଜମିର ସୁରକ୍ଷା ଓ ଯୁକ୍ତିଯୁକ୍ତ ତଥା ଉପଯୁକ୍ତ ବ୍ୟବହାର, ଭୁମିହୀନ ମାନଙ୍କୁ ଜମିର ଆବଣ୍ଟନ ଏବଂ ତହସିଲଦାର/ଉପଜିଲ୍ଲାପାଳଙ୍କ ମାଧ୍ୟମରେ OGLS Act(1960) OPLE Act(1970) ର ଅନୁପାଳନ ।

ଉନ୍ନୟନ ବିଭାଗ

ଏହି ବିଭାଗ, ଜନ ସାଧାରଙ୍କ ଦ୍ଵାରା, ଏହି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରତରେ ଜିଲ୍ଲାପାଳଙ୍କୁ ସମ୍ବୋଧିତ କରାଯାଇଥିବା ଅବୀଜଗ ଉପରେ ଏବଂ ସରଙ୍କ ଦ୍ଵାରା ସଂଶୋଧୀତ ନିୟମ ଉପରେ ପତ୍ର ବିନିମୟ କରେ । ୨୦୦୫ ମସିହାରେ ନିୟମିତ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ମୁତୟନ ନ ହେବାରୁ ଜିଲ୍ଲାପାଳଙ୍କ ଆଦେଶ ଦ୍ଵାରା ଏହି ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ ଯୋଜନା, ପଞ୍ଚାଯତ ସମିତି ସଂସ୍ଥା ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରେ ଚାଲିଥିଲା । ଏହି ବିଭାଗ ସାଧାରଣତଃ ଶିକ୍ଷା, କୃଷି, ରେଶମ ଚାଷ, ମଷ୍ୟ ଚାଷ, କୁକୁଡା ପାଳନ, ସ୍ୱାସ୍ଥ୍ୟ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ଉପରେ ପତ୍ର ବିନିମୟ କରେ ।

ନିର୍ବାଚନ ବିଭାଗ

ଭାରତୀୟ ନିର୍ବାଚନ ଆୟାଗ ଦ୍ଵାରା ନିର୍ଧାରିତ ନିୟମ ଅନୁସାରେ ଜିଲ୍ଲା ନିର୍ବାଚନ କର୍ଜୟାଳୟରେ ନିମ୍ନ ଲିଖିର କାର୍ଯ୍ୟ ଗୁଡିକ ସମ୍ପାଦନ କରାଯାଉ ଅଛି । ପ୍ରଥମତଃ ପ୍ରତ୍ୟେକ ବିଧାନ ସଭା ନୀର୍ବାଚନ ମଣ୍ଡଳୀରେ କେଉଁ ପରି ଭାବରେ ପ୍ରତ୍ୟେକ ଭ୍ୟାକ୍ତି ଜାନୁୟାରୀ ୧ ତାରିଖ ସୁଦ୍ଧା ନିଜର ବୟସ ୧୮ ବର୍ଷ ହୋଇ ଥିଲେ ନିଜର ନାମ ଭୋଟର ତାଲିକାରେ ପାଞ୍ଜି କାରଣ କରିବାର ସୁବୋନ୍ଦୋବସ୍ତ କରି ଥାନ୍ତି । ଏହି ଭୋଟର ତାଲିକା ପ୍ରତ୍ୟେକ ବର୍ଷ ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହ ରେ ପ୍ରକାଶିତ ହୋଇ ଥାଏ ।

ଏହା ଭାରତ ସରକାରଙ୍କ ଦ୍ଵାରା ନିର୍ମିତ ୱେବ ପୋର୍ଟାଲ (www.nvsp.in) ଜରିଆରେ ନିଜର ନାମ ପଞ୍ଜୀକରଣ / ସଂଶୋଧନ / କର୍ତନ /ନିର୍ବାଚନ ମଣ୍ଡଳୀ ପରିବର୍ତନ କରିପାରିବେ ।

ଏହି ପଞ୍ଜୀକରଣ ପାଇଁ ସରକାରଙ୍କ ଦ୍ଵାରା ଭୋଟର ସାକ୍ଷରତା କ୍ଲବ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ଓ ମହାବିଦ୍ୟାଳ ମାନଙ୍କରେ ଗଠନ କରାଯାଇଛି । ଏହା ଦ୍ଵାରା ସରକାରଙ୍କର ନିର୍ବାଚନ ପ୍ରକ୍ରିୟା କିପରି ସୂଚାରୁ ରୂପେ ହୋଇ ପାରିବ ତାହାର ପ୍ରଶିକ୍ଷଣ ଦିଅ ଯାଉଛି ।