ଇତିହାସ

ବର୍ତମାନ ର ସୁନ୍ଦରଗଡ଼ ଜିଲ୍ଲା ଦୁଇଗଡଜାତ ରାଜ୍ୟ ଗାଙ୍ଗପୁର ଓ ବଣାଇ କୁ ନେଇ ଗଠିତ ହୋଇଛି । ୧୯୪୮ ମସିହାରେ ଗଡ଼ଜାତ ଓ ଦେଶୀୟ ରାଜ୍ୟ ସମ୍ମିଶ୍ରଣ ପ୍ରକ୍ରିୟାରେ ଏହା ଫଳବତୀ ହୋଇଥିଲା । ଜଣାଯାଏ ଯେ , ପ୍ରାଚୀନ ଦକ୍ଷିଣ କୋଶଳ ରାଜ୍ୟ ର ଅଂଶ ବିଶେଷ ରୂପେ ଏହି ଜିଲ୍ଲା ରହିଥିଲା । ଏହି ପ୍ରାଚୀନ ଭୂଖଣ୍ଡ ର ଶାସକ ପରିବାର ସମ୍ବନ୍ଧରେ ବିଭିନ୍ନ ମତ ପ୍ରକାଶ ପାଇଥାଏ । ତେବେ ଏହି ଦୁଇ ରାଜ୍ୟ ଗାଙ୍ଗପୁର ଓ ବଣାଇ ଏକଦା ସମ୍ବଲପୁର ଅଧିନସ୍ଥ ଥିଲା ଯାହାକି ନାଗପୁର ର ମରାଠା ରାଜାଙ୍କ ରାଜ୍ୟ ର ଶାସନାଧୀନ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା । ୧୮୦୩ ମସିହାରେ ମରାଠା ରାଜ୍ୟ ରଘୁଜୀ ଭୋସଁଲେ ଇଂରେଜ ମାନଙ୍କ ସହିତ ଦେଓଗାଁ ଚୁକ୍ତି ସ୍ଵାକ୍ଷର କରିଥିଲେ ଏବଂ ଇବ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇଥିଲା । ପୁନଶ୍ଚ ବଣାଇ ଓ ଗାଙ୍ଗପୁର ୧୮୦୬ ମସିହାରେ ଏକ ସ୍ଵତନ୍ତ୍ର ରାଜିନାମା ବଳରେ ରଘୁଜି ଭୋସଁଲେ ଙ୍କ ଅଧୀନ କୁ ଫେରି ଆସିଥିଲେ ଶେଷରେ ଏହି ଦୁଇ ରାଜ୍ୟ ୧୮୨୬ ମସିହାରେ ଏକ ସନ୍ଧି ଅନୁଜଯୀ ଇଂରେଜ ମାନଙ୍କ ଦ୍ଵାରା ଅଧିକୃତ ହେଲେ । ୧୯୦୫ ମସିହାରେ ବଣାଇ ଓ ଗାଙ୍ଗପୁର ଗଡ଼ଜାତ ରାଜ୍ୟ ଦ୍ଵୟକୁ ଛୋଟନାଗପୁର କମିଶନର ଙ୍କ ଅଧିନରୁ ଓଡିଶାର କମିଶନର ଙ୍କ ଅଧିନକୁ ଆସିଲା ଏବଂ ଏଥି ପାଇଁ ଅଲଗା ପଲିଟିକଲ ଏଜେଣ୍ଟ ପଦବୀ ସୃଷ୍ଟି କରାଗଲା ।

ଭୌଗଳିକ ଦୃଷ୍ଟିରୁ ସୁନ୍ଦରଗଡ଼ ଜିଲ୍ଲା ସଂହତ ଜିଲ୍ଲା ନୁହେଁ ବରଂ ଏହାର କେତେକ ସ୍ଥାନ ପ୍ରକ୍ଷସ୍ତ କ୍ଷେତ୍ର ଦ୍ଵାରା ଗଠିତ । ସ୍ଥାନେ ସ୍ଥାନେ ନିକାଞ୍ଚନ ପର୍ବତ, ଅଗମ୍ଯ ଜଙ୍ଗଲ ବିସ୍ତିର୍ଣ ନଦୀ ଉପତ୍ୟକା ଏବଂ ପର୍ବତ୍ୟାଞ୍ଚଳ ଦେଖିବାକୁ ମିଳିଥାଏ । ବିସ୍ତୃତ ଭାବେ କହିବାକୁ ଗଲେ, ଏହା ବିଭିନ୍ନ ଉଚ୍ଛତା ବିଶିଷ୍ଟ ଏକ ତରଙ୍ଗାୟିତ ପ୍ରଶସ୍ତ ପୃଷ୍ଠାୟ କ୍ଷେତ୍ର ଅଟେ , ଯାହାକି କେତୋଟି ରୁକ୍ଷ ପର୍ବତ ମାଳା ଦ୍ଵାରା ବିଭାଜିତ ହୋଇ ଅଛି । ଜିଲ୍ଲାର ସାଧାରଣ ଗଡାଣି ଉତ୍ତର ରୁ ଦକ୍ଷିଣ କୁ ରହି ଅଛି । ଅବଶିଷ୍ଟ ସଦର ସବ – ଡିଭିଜନ ଅନ୍ତର୍ଗତ ଅଞ୍ଚଳ ସମୁଦ୍ର ପତ୍ତନ ରୁ ୭୦୦ ଫୁଟ ଉଚ୍ଚତା ରେ ଅବସ୍ଥିତ ଏବଂ ସ୍ଥାନେ ସ୍ଥାନେ ପାହାଡ ଓ ପର୍ବତ ଶୃଙ୍ଗ ( ଯାହାକି ୨୦୦୦ ଫୁଟ ଉଚ୍ଚ ) ଦ୍ଵାରା ମଧ୍ୟ ଆଚ୍ଛାଦିତ । ପଶ୍ଚିମ ଭାଗରେ ହେମଗିରୀ ଥାନା ଅଧିନସ୍ଥ ଅଞ୍ଚଳ ଉତାର ଦିଗକୁ କ୍ରମଶଃ ଉଚ୍ଚ ଓ ଦକ୍ଷିଣ କୁ ଗଡାଣିଆ ହୋଇ ଛୋଟନାଗପୁର ମାଳ ଅଞ୍ଚଳ କୁ ଲାଗିଅଛି । ସୁନ୍ଦରଗଡ଼ ଜିଲ୍ଲା ର ଦକ୍ଷିଣ ପଶ୍ଚିମ ଭାଗରେ ବଣାଇ ସବଡିଭିଜନ ମୁଖ୍ୟତଃ ଅସମ ପାର୍ବତ୍ୟାଞ୍ଚଳ । ନିୟମିତ ଗିରିପଥକୁ ଛାଡିଦେଲେ ଏହା ମଧ୍ୟ ଦେଇ ଯିବା ଆସିବା ଅତ୍ୟନ୍ତ କଷ୍ଟ ସାଧ୍ୟ ଏବଂ ବ୍ରାହ୍ମଣୀ ଓ ଏହାର ଶାଖାନଦୀ ମାନଙ୍କ ଦ୍ଵାରା ବିଭାଜିତ ମଧ୍ୟ ବର୍ଷା ଋତୁରେ କିଛି ସମୟ ପାଇଁ ପ୍ରବଳ ବୃଷ୍ଟିପାତ ଯୋଗୁଁ ପାହାଡ ଝରଣା ସ୍ରୋତ ର କ୍ଷୀପ୍ରତା ପାଇଁ ଏ ଅଞ୍ଚଳ ଯୋଗା ଯୋଗ ବିଚ୍ଛିନ୍ନ ହୋଇ ପଡିଥାଏ । ବ୍ରାହ୍ମଣୀ ନଦୀ ଉପତ୍ୟକା ର ଉଭୟ ପୂର୍ବ ଓ ପଶ୍ଚିମ ପାର୍ଶ୍ଵ ଉଚ୍ଚ ପର୍ବତ ମାଳା ରେ ପରିପୂର୍ଣ । ଛେଳିଆ ତୋକା (୩୩୩୧ ଫୁଟ) ଓ ବିଛାକାନି ( ୨୯୬୪ ଫୁଟ ) ପୂର୍ବଦିଗ ରେ ଅବସ୍ଥିତ । ରାଉରକେଲା ସ୍ଥିତ ଲୌହ ଇସ୍ପାତ କାରଖାନା ପାଇଁ ଲକ୍ଷ ଲକ୍ଷ ଟନ ଲୁହା ପଥର ଯୋଗାଇ ଦେଉଥିବାରୁ ଶେଷ ପାହାଡ଼ ଅତ୍ୟନ୍ତ ଗୁରୁତ୍ତ ପୂର୍ଣ ଭୂମିକା ନିର୍ବାହ କରୁଛନ୍ତି । ସୁନ୍ଦରଗଡ଼ ଓ ପଣପୋଷ ସବ – ଡିଭିଜନ ଯାହାକି ଗାଙ୍ଗପୁର ଗଡ଼ଜାତ ର ଅଂଶବିଷ , ସମୁଦ୍ର ପତ୍ତନ ଠାରୁ ହାରାହାରି ୭୦୦ ଫୁଟ ଉଚ୍ଚ ଏବଂ ବଣାଇ ଗଡଜାତ ର ବଣାଇ ସମୁଦ୍ର ପତ୍ତନ ଠାରୁ ୮୦୦ ଫୁଟ ଉଚ୍ଚ ରେ ରହିଅଛି । ସୁନ୍ଦରଗଡ଼ ଜିଲ୍ଲା ରେ ଉତ୍ତର ଗ୍ରୀଷ୍ମ ମଣ୍ଡଳୀୟ ସୂକ୍ଷ୍ମ ପୂର୍ଣ୍ଣମୟ ଶ୍ରେଣୀ ର ଜଙ୍ଗଲ ଦେଖାଯାଏ । ଏହି ଜଙ୍ଗଲରେ ମୁଖ୍ୟତଃ ଶାଳ ,ଅସନ ଓ କୁସୁମ ବୃକ୍ଷ ବହୁଳ ପରିମାଣ ରେ ଦ୍ରୁଷ୍ଟିଗୋଚର ହୁଏ । ବଣାଇ ଓ ରାଜଗାଙ୍ଗପୁର ର ପୂର୍ବ – ଅର୍ଦ୍ଧାଂଶ ରେ ଅପେକ୍ଷାକୃତ ଉନ୍ନତ ଜଙ୍ଗଲ ପରି ରକ୍ଷିତ ହୋଇଥାଏ । ଏହି ଜଙ୍ଗଲ ସବୁ ଖଣିଜ ସମ୍ପଦରେ ଭରପୁର । ଏଠାରେ ବିପୁଳ ପରିମାଣ ରେ ଲୁହାପଥର , ସୀସା , କୋଇଲା ଓ ଚୂନ ପଥର ମିଳିଥାଏ । ରପ୍ତାନୀ ଯୋଗ୍ୟ ଜଙ୍ଗଲଜାତ ଦ୍ରବ୍ଯ ଯଥା ବାଉଁଶ , କାଠ ଏବଂ କେନ୍ଦୁପତ୍ର ଏହି ଜଙ୍ଗଲ ରେ ବିଶେଷ ଭାବେ ଉପଲବଧ । ଜିଲ୍ଲା ଟି ଉପଯୁକ୍ତ ଗମନା ଗମନ / ଯୋଗାଯୋଗ ପଥ ଅଭାବରୁ ଅତୀତ ରେ ଦୁର୍ଗମ ହୋଇପଡିଥିଲା । ଏ ଅଞ୍ଚଳର ଆଦିମ ଅଧିବାସୀ ପୁରାତନ ପଦ୍ଧତି ରେ ଚାଷ କରୁଥିବାରୁ ବ୍ୟାପକ ଜଙ୍ଗଲ କ୍ଷୟ ହେଉ ଥିଲା । ଏହି ଜିଲ୍ଲା ର ୩୬୩୪.୯୨ ବର୍ଗ କି. ମି. ଅଞ୍ଚଳ ରେ ଜଙ୍ଗଲ ପରିବ୍ୟାପ୍ତ ଏବଂ ତନ୍ମଧ୍ୟରୁ ୨୬୬୪.୬୪ ବର୍ଗ କି. ମି. ସଂରକ୍ଷିତ ଜଙ୍ଗଲ ଓ ୬୧୨.୦୭ ବର୍ଗ କି. ମି . ସୁରକ୍ଷାତ ଜଙ୍ଗଲ ଅଞ୍ଚଳ ଅଟେ । ଏହା ଉତ୍ତର ଗ୍ରୀଷ୍ମ ମଣ୍ଡଳୀୟ ସୁଷ୍ମ ପର୍ଣ୍ଣମଚୀ ଶ୍ରେଣୀ ର ଏବଂ ଏଥିରେ ଶାଳ ବୃକ୍ଷର ପ୍ରାବଲ୍ୟ ଦେଖା ଯାଏ । ବଣାଇ ର ପୂର୍ବ ଅଞ୍ଚଳ ରେ ଉନ୍ନତ ଜଙ୍ଗଲ ପରିଲକ୍ଷିତ ହୁଏ ।

ଜିଲ୍ଲାରେ ଅନେକ ପ୍ରମୁଖ ଏଇତିହାସିକ ସ୍ଥାନ ରହିଛି । ଯେପରିକି , ରାଉରକେଲା , ବେଦବ୍ୟାସ , ମଣିକମୋଡା, ମନ୍ଦିରା ଡ୍ୟାମ , ଘୋଘୋର , ଖଣ୍ଡାଧାର , ଦରଜିଙ୍ଗ ଇତ୍ୟାଦି । ଏହି ଜିଲ୍ଲାର ପ୍ରମୁଖ ଇତିହାସ ପ୍ରସିଦ୍ଧ ସ୍ଥାନ ଅଟେ ।

ଓଡିଶାର ଉତ୍ତର –ପଛିମ ଭାଗରେ ଅବସ୍ଥିତ ସୁନ୍ଦରଗଡ଼ ଜିଲ୍ଲାର ଉତ୍ତର ସୀମାରେ ଝାଡ଼ଖଣ୍ଡ ରାଜ୍ୟ ଓ ଦକ୍ଷିଣ ସୀମା କୁ ଲାଗି ଝାରସୁଗୁଡା, ସମ୍ବଲପୁର ଓ ଦେବଗଡ ଜିଲ୍ଲା ରହି ଅଛି। ଏହାର ପୂର୍ବ ଏବଂ ଉତ୍ତର ପୁର୍ବରେ ଓଡିଶାର କେନ୍ଦୁଝର ଓ ଝାଡ଼ଖଣ୍ଡ ରାଜ୍ୟ ର ପଶ୍ଚିମ ସିଙ୍ଘାଭୂମ ଜିଲ୍ଲା ରହିଛି। ଏହାର ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ସୀମାରେ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲା ରହିଛି। ଏହି ଜିଲ୍ଲା ଉତ୍ତର ଅକ୍ଷାଂଶ ୨୧° ୩୬’ ଓ ୨୨° ୩୨’ ମଧ୍ୟରେ ଏବଂ ପୂର୍ବ ଦ୍ରାଘିମା ୪୩° ୩୨’ ଓ ୮୫° ୨୨’ ମଧ୍ୟରେ ଅବସ୍ଥିତ। ଏହି ଜିଲ୍ଲାର କ୍ଷେତ୍ରଫଳ ପ୍ରାୟ ୯୭ ୧୨ .୬ ବର୍ଗ କି. ମି. । ଜିଲ୍ଲାର ସଦର ମହକୁମା ସୁନ୍ଦରଗଡ଼ ଠାରେ ଅବସ୍ଥିତ।